Friday, November 25, 2016

ମିଛ ମାୟାର ଏ ଜୀବନ



ମିଛ ମାୟାର ଏ ଜୀବନ
କେତେ ଦିନର
ଯୋଉଥି ପାଇଁ ମଣିଷ କେତେ କଣ ଗଢ଼େ
ସବୁ କିଛି ଏହାକୁ ହିଁ ନିଜର ଭାବେ
କେତେ ସମ୍ପର୍କ ଗଢ଼ି ତୋଳେ
କେତେ ସୁଖ ସୁବିଧାର ରାସ୍ତା ଖୋଜେ
ହେଲେ ଦିନେ ସବୁ ଛାଡ଼ିବାକୁ ପଡ଼େ
ସବୁ ଚିତାରେ ସ୍ୱାହା ହୁଏ
ଲୋକଙ୍କ ପାଖେ ରୁହେ ଲୁହ ଆଉ ରାମ ନାମର ଧ୍ୱନି
କଣ ଏଇ ସଂସାରରେ ଆଣିଥିଲା ଯେ
ଛାଡ଼ିକି ଯିବାରେ ଏତେ କଷ୍ଟ
ଯେଉଁମାନେ ନିଜର କେବେ ନଥିଲେ ।
ଆଜି ଏଇ ହରିଶ୍ଚନ୍ଦ୍ର ଘାଟରେ
କେତେ ଯେ ଚିତା ଜଳିବାର ଦେଖିଲି
ବାସ୍ ମୁକ ହୋଇ ଦେଖୁଥାଏଁ, ଭାବୁଥାଏଁ
ସେଇ ମାଂସ ପୋଡ଼ାର ଗନ୍ଧ
ମୋତେ ଆହୁରି ଟାଣୁଥାଏ ବିରାଗକୁ ।
ମୋର ଆଉ କିଛି ବୋଲି ନାହିଁ
ମୁଁ ଏବେ ଜାଣିଗଲି
ଯେତିକି ଟିକେ ସବୁ ସମ୍ପର୍କ ଅଛି
କିଛି ନା କିଛି କର୍ମ ବନ୍ଧନରୁ
ବାସ୍ ପୁରା କରି
ମୁଁ ବି ଜଳିବାକୁ ଚିତାରେ ଏବେଠୁ ପ୍ରସ୍ତୁତ ।

Written on 25-04-2016 in Harishchandra Ghat, Varanasi.