Thursday, February 13, 2020

ହରି ନାମ ଘୋଷ ରେ (ଭଜନ)

ହରି ନାମ ଘୋଷ ରେ
ପାଇବୁ ତୁ ତୋଷ ରେ । ଘୋଷା

ହରି ନାମେ ଅଛି ସାର
ଭବୁ ରୁ ତୁ ହେବୁ ପାର ।

ନାମ କାଟେ ପାପ ଘୋର
ମୁକତି ହୋଇବ ତୋର ।

ମିଛ ମାୟା ଏ ସଂସାର
ଉଦ୍ଧରିବେ ଶ୍ରୀପୟର ।

ହରି ହରି ନାମ ରସ
ମହିମା ର ନାହିଁ ଶେଷ ।

ହରି ଚିଂହେ ସେ ହରିକୁ
ହରି ହରି ଜପୁ ଥିବୁ ।