ମନର ଗତି କାହିଁକି ଏମିତି ?
କେଜାଣି
ଆନନ୍ଦରେ ବିହ୍ୱଳିତ ପକ୍ଷୀ ପରି
ଡେଣା ମେଲାଇ ଚାହେଁ
ନିରୋଳା ଆକାଶରେ
ଅବାଧରେ ନିଜର ଛଟାରୂପର ବିସ୍ତାର କରିବାକୁ |
ଯେବେ ସାଥୀ ହିଁ ନାହିଁ
ଅଲୋଡା ସ୍ୱପ୍ନସବୁ କାହାକୁ ଦେଖାଇବ ?
କାହା ସାଥିରେ କ୍ଷଣ ବିତେଇବ?
ମନ ଚାହେଁ ଏକ ନୂତନତା
ନବ ଆକାଂକ୍ଷା |
ପୁରୁଣା ସ୍ମୃତିରେ ଲୀନ ହେବାକୁ ଚାହେଁନା
ଜୀବନ ଦର୍ପଣରେ ଖୋଜେ
ଆତ୍ମଶାନ୍ତି, ତୃପ୍ତି |
ସମାଜର ରାକ୍ଷସ-ସୀମାରେ ଆବଦ୍ଧ
ଶ୍ୱାସରୁଦ୍ଧ ହୁଏ ଏହି ପରିବେଶରେ
ଆଗାମୀ ସମୟ ତ ତାକୁ
ଏମିତି ଉପେକ୍ଷା କରିବ ନାହିଁ?
ଅନ୍ଧର ଡୋରିରେ ଘେରିହୋଇ
ବାଟପାଏ ନାହିଁ ମୁକୁଳିବାକୁ |
ଅନ୍ତରର ବେଦନା ବା କିପରି
ରେଖାଙ୍କିତ କରିବ କାହାପାଖରେ?
କେବଳ ପ୍ରତିଧ୍ୱନିତ ହୁଏ ସ୍ଵହୃହୟରେ
ତଥାପି ଆଶାର ଆଶ୍ୱାସନା ଅଛି !
କେବେ ନା କେବେ ତ
ପାଇବ ସେ ତୃପ୍ତି |
ସମୟର ଅଟ୍ଟହାସ୍ୟରେ
ଜର୍ଜରିତ, ମୃତପ୍ରାୟ |
କେବେ ସେ ପାଇବ
ନିଜ ସ୍ୱପ୍ନର ସ୍ୱର୍ଗ?
କେଉଁ ଏକ ଦୂରକୋଣରେ ମଧ୍ୟ ଅଛି
ତା ପାଇଁ ଆପଣେଇବାକୁ ଜଣେ କିଏ
ନିଜକୁ ତା’ ସହିତ ମିଳେଇବାକୁ |
-
୨୦-୦୭-୨୦୦୧ (ପୁରୁଣା କବିତାରୁ ଉଦ୍ଧୃତ)
No comments:
Post a Comment