Saturday, December 29, 2018

ମୁଁ କଣ ସିଏ !

କେଜାଣି କେତେ ଜନମ, କିଛି ମନେ ନାହିଁ
ସବୁ ଲୁଚିଯାଇଛି ସେ ଅଚେତନତାରେ ।
ତାକୁ କେତେଥର ଚିହ୍ନିବାକୁ ଚେଷ୍ଟା କରିଛି
ଏଇ ମିଛରୁ ସତକୁ ଆସିବାର ଲାଗି ।

ଉଦ୍ଦାମ ଲହଡ଼ିର ମନ ବିକ୍ଷିପ୍ତ
କିନ୍ତୁ ସେ ପାରିହେବ ଦିନେ ନିଶ୍ଚେ କୁଳ
ଅମାପ ଶକ୍ତି ଯେ ଭରିଆସେ ସୁନାମିର ରୂପେ
ସବୁକୁ ପ୍ରଳୟର ଗର୍ତ୍ତରେ ଲୁଚେଇବା ପାଇଁ ।

ପକ୍ଷୀ କଣ ସବୁଦିନ ଏମିତି ନୀଡ଼ହୀନ ଉଡ଼ୁଥିବ
ଯାଯାବର ଭଳି ପାଉନି ଆଉ ଠିକଣା
ଦେଖାଣିଆ କର୍ମ ଧର୍ମ କରି କାହାକୁ ଠକୁଚି ?
ଥରେ ତ ଅମୃତ ଖୋଜିବାକୁ ପଡ଼ିବ ।

କେତେ ଜନ୍ମର କଠିନ ଶ୍ରମ ପରେ
ହଠାତ୍ ପାଇଛି ଆଲୋକ ଆଖିରେ ସାକ୍ଷୀ
ଚିହ୍ନିଛି ପ୍ରକୃତ ରୂପ, ସେଇ ଜ୍ୟୋତିକାନ୍ତି
ଅଚେତନରୁ ଚେତନତାର ଅସୀମ ଶକ୍ତି ।

ଜୀବନର ଉର୍ଦ୍ଧ୍ବରେ ମିଳିଛି, କୁଳ ଲଙ୍ଘିଛି
ପକ୍ଷୀରେ ଭଗବାନ ବସିଛି
ସମୟ ଜୀବନ ଚକ୍ରକୁ କାଟି ଉଡିଛି
ଆନନ୍ଦର ଉନ୍ମାଦରେ, କ୍ଷୀରରେ ।