Saturday, April 12, 2014

କର୍ତ୍ତବ୍ୟର ଧ୍ୱନି

ଜୀବନ ପଥରେ
କ୍ଷଣ ଦୁନିଆଁର ଲୋଭା କିରଣ
ଦିଏ କେତେ ଡାକ
ହୁଏ ମାନବିକତାର ହତ୍ୟା
ଅନ୍ଧ ଚେତନେ ଖେଳେ ମାୟା
କାମନାର ମୂର୍ଛନାରେ ହୁଏ ପରାହତ
ତଥାପି ...
ଭାଗ୍ୟାର କଷଣରେ ହୁଏ ନି ସେ ସୁପ୍ତ
ନବଜାଗ୍ରତ ବିବେକର ପ୍ରତିବିମ୍ବରେ
ହୁଏ ଆନ୍ଦୋଳିତ
କର୍ମ-ଚରିତ୍ରର ଆହ୍ୱାନରେ ହୁଏ ମୁଖରିତ
ହୃଦୟରେ ଶୁଭେ ଏକ ନବ ଦିବ୍ୟବାଣୀ
ଅଟେ ତାହା କର୍ତ୍ତବ୍ୟର ଧ୍ୱନି |
-          ୨୦-୦୧-୨୦୦୦ (ପୁରୁଣା କବିତା ରୁ ଉଦ୍ଧୃତ)


No comments: