Saturday, April 12, 2014

ଶବ୍ଦ

ଅଟେ ଶାଶ୍ଵତ, ଚିରନ୍ତନ |
ଶକ୍ତିର ଗନ୍ତାଘର |
ଯାହାର ପ୍ରୟୋଗ ଅଛି
ବେଦ ଉପନିଷଦରେ,
ତାହାଭି ମିଳେ
ମୀରା, କବୀର, ତୁଳସୀ ଘରେ |
କାରଣ ଶବ୍ଦ ତ ଶାଶ୍ଵତ |
ଶବ୍ଦର ପ୍ରଭାବେ ହୁଏ
କେତେ ବରଦାନ
ଆଉ କୋଉଠି ଖେଳେ
ଶାପର ଆହ୍ୱାନ |
ନିହୀତ ଅସରନ୍ତି ଶକ୍ତିର ନିଦାନ |
ଶବ୍ଦ ହିଁ ଶକ୍ତି, ବ୍ରହ୍ମ
ପରିବ୍ୟାପ୍ତ କଣେ କଣେ |


© ସର୍ବେଶ୍ୱର ମେହେର 

No comments: